ମୁଖ୍ୟ ଖବର

ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ

By Biswaranjan Pattnaik

June 21, 2024

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ଗୁରୁବାର ପ୍ରକାଶିତ ହୋଇଛି।

ଏନେଇ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରିନ୍ସିପାଲ ଡ.ନୀଳାଚଳ ପଟେଲ, ଡ.କାହ୍ନୁଚରଣ ପାଢ଼ୀ, କଣ୍ଟ୍ରୋଲର ଡ.ବସନ୍ତ କୁମାର ସାହୁ, ଡେପୁଟି କଣ୍ଟ୍ରୋଲର ଡ.ସ୍ମିତା ତପସ୍ବିନୀ, ନୃସିଂହ ବେହେରା ଏବଂ ବରଦା ପ୍ରିୟଦର୍ଶିନୀ ତରାଇ ପ୍ରମୁଖ ଯୋଗଦେଇ ପରୀକ୍ଷା ଫଳ ପ୍ରକାଶ କରିଥିଲେ। ତେବେ କଳା ବିଭାଗରେ ନମିତା ପ୍ରଧାନ ୮.୫୫% ନମ୍ବର ରଖି ଟପ୍ପର ହୋଇଥିବା ବେଳେ ବିଜ୍ଞାନରେ ଆର୍ଯ୍ୟନ ସଂକେତ ସାହୁ ୯.୫୫% ନମ୍ବର ଏବଂ ବାଣିଜ୍ୟରେ ନିଶା ୮.୫୮% ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ବିବିଏ ରେ ସନ୍ଦୀପ ସାହୁ ୮.୪୩% ନମ୍ବର ରଖି ଟପ୍ପର ହୋଇଥ‌ିବା ବେଳେ ବେଷ୍ଟ ଗ୍ରାଜୁଏଟ ଭାବେ ଆର୍ଯ୍ୟନ ସଂକେତ ସାହୁ ୯, ୫୫% ନମ୍ବର ରଖି ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେହିପରି ଏମଏରେ ପ୍ରୀତିପ୍ରଭା ମହାପାତ୍ର ୮.୮୩% ନମ୍ବର, ଏମଏସସିରେ ସୋନାଲିଶା ମହାନ୍ତି ୯.୫୦% ନମ୍ବର, ଏମକମରେ ଅବଦୁଲ ଆହାଦ ୮, ୬୮% ନମ୍ବର ଏବଂ ସେଲ୍ସ ଫାଇନାହିଂ ପିକିରେ ସୁନିତା ବେହେରା ୮.୬୪% ନମ୍ବର ରଖି ଟପ୍ପର ହୋଇଛନ୍ତି।