ଅନ୍ୟାନ୍ୟ

ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

By Biswaranjan Pattnaik

August 13, 2025

ଅନୁଗୁଳ: ଆଜି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଭାରତ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଆଧାରରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଅଧକ୍ଷ ଡ଼ ନୀଳାଞ୍ଚଳ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ଅନୁଗୁଳ ଜିଲ୍ଲା ପ୍ରଶାସନଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ପ୍ରାୟ ସାତଶହ ଛାତ୍ରୀ ଛାତ୍ର, ଏକ ଶହ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ।

 ଶୋଭାଯାତ୍ରାଟି ପୂର୍ବାହ୍ନ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟାରେ ସମ୍ପନ୍ନ ହୋଇଥିଲା । ପ୍ରଥମେ ଅଧକ୍ଷ ଡ଼ ନୀଳାଞ୍ଚଳ ପଟେଲ ସମବେତ ଛାତ୍ରଛାତ୍ରୀମାନଙ୍କୁ ତ୍ରିରଙ୍ଗା ଯାତ୍ରା ତଥା ଦେଶାତ୍ମବୋଧକ ଭାବନାରେ ଉଦବୁଦ୍ଧ କରିଥିଲେ । ଅଂଶଗ୍ରହଣ କାରୀ ଛାତ୍ରଛାତ୍ରୀ, ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଗଣ ଜାତୀୟ ପତାକା ଧାରଣ ପୂର୍ବକ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରରୁ ବାହାରି, ଶିଶୁ ଉଦ୍ୟାନ ଛକ, ଥାନା ଛକ, ଟ୍ରାଫିକ ଛକ, କୋର୍ଟ ଛକ, ଶ୍ରୀ ଜଗନ୍ନାଥ ମନ୍ଦିର, ଶିକ୍ଷକଶିକ୍ଷା ମହାବିଦ୍ୟାଳୟ, କମଳା ଉଦ୍ୟାନ ଛକ ଦେଇ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲେ।

ଏହି ବିଶାଳ ଶୋଭାଯାତ୍ରାକୁ ମହାବିଦ୍ୟାଳୟ ସଂଯୋଜକ ଡ଼ କ୍ୟାପଟେନ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଶାଶ୍ଵତୀ ସୁଭଦର୍ଶିନୀ, ସୂର୍ଯ୍ୟକାନ୍ତ ସ୍ୱାଇଁ, ମହାବିଦ୍ୟାଳୟ ପ୍ରଶାସକ ଅଭୟ ମଲ୍ଲିକ, ଡ଼ ସୁରେଶ ରାଜହଂସ ପ୍ରମୁଖ ପରିଚାଳନା କରିଥିଲେ ।