ଅନୁଗୁଳ: ପ୍ରକାଶ ପାଇଛି ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ। ମହାବିଦ୍ୟାଳୟର ସୂଚନା ମୁତାବକ, କଳାରେ ୭୧ ଦଶମିକ ୬୫ ପ୍ରତିଶତ, ବିଜ୍ଞାନରେ ୮୮ ଦଶମିକ ୩୭ ପ୍ରତିଶତ, ବାଣିଜ୍ୟରେ ୬୬ ଦଶମିକ ୮୮ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସ୍ନାତକୋତ୍ତର ବିଜ୍ଞାନ ଓ କଳାର ଉତ୍ତୀର୍ଣ୍ଣ ପରିସଂଖ୍ୟାନ ୧୦୦ ପ୍ରତିଶତ ହୋଇଛି।
ସେହିପରି ସେଲ ଫାଇନାନ୍ସ ପାଠ୍ୟ ଏମବିଏର ପାସ ହାର ୯୪ ଦଶମିକ ୩୪ ପ୍ରତିଶତ ଓ ଏମକମ୍ ରେ ୮୮ ଦଶମିକ ୮୯ ପ୍ରତିଶତ ହୋଇଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।