ମୁଖ୍ୟ ଖବର

ଷ୍ଟଡି ଟୁରରେ ବିଶାଖାପାଟଣା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର କାରଖାନା ପରିଦର୍ଶନ କଲେ ଅନୁଗୁଳ ଛାତ୍ରଛାତ୍ରୀ

By Angul TV Bureau

February 25, 2025

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମବିଏ ଏବଂ ଏମକମ୍ ବିଭାଗ ତରଫରୁ ଷ୍ଟଡିଟୁରରେ ବିଶାଖାପାଟଣା ଯାତ୍ରା କରିଥିଲେ। ଗତ ଫେବ୍ରୁଆରୀ ୨୧ ରୁ ୨୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଷ୍ଟଡିଟୁରରେ ଯାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନୀଳାଞ୍ଚଳ ପଟେଲ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଟୁରରେ ଛାତ୍ରଛାତ୍ରୀ ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର କାରଖାନା ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଆରଆଇଏନଏଲର ଉପମହାପ୍ରବନ୍ଧକ ସିଏଚଭି ସୁମେୟାଜୁଲ ଏବଂ ମାନବ ସମ୍ବଳ ମୁଖ୍ୟ ରାଜେଶ ବର୍ମା ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଶ୍ରୀନିବାସନ ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ସବମ୍ୟାରିନ, ଯୁଦ୍ଧ ବିମାନର ସଂଗ୍ରହାଳୟ ଯାଇ ବୁଲି ଦେଖିଥିଲେ।

ଦ୍ୱିତୀୟ ଦିବସରେ ଅନୁଷ୍ଠାନର ବିଦ୍ୟାର୍ଥୀ ଭାଇଜାକ କେଟସ ଆରକୁ ଭାଲି, କଫି ବଗିଚା ଏବଂ ବୋରା କେଭ ପରିଦର୍ଶନ କରିଥିଲେ।ଏହି ଷ୍ଟଡି ଟୁରକୁ ବିଭାଗର ମୁଖ୍ୟ ଦୀପକ ମିଶ୍ର, ଅଧ୍ୟାପିକା ଲିପିକା ପରିଡା, ଗାର୍ଗୀ ପ୍ରିୟଦର୍ଶିନୀ ସାହୁ ପରିଚାଳନା କରିଥିଲେ।