ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, ଚାଳକ ଗୁରୁତର

By Angul TV Bureau

March 24, 2025

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ରାଣୀଭୂଇଁ ନିକଟରେ ସୋମବାର ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲ୍ଲା ବୁଟୁପାଲି ଗ୍ରାମର ଧନଞ୍ଜୟ ମେହେର। ସେ କାରରେ ବସିଥିଲେ। ଏଥିସହ କାର ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କ ପରିଚୟ ଜଣାପଡିନଥିବା ବେଳେ ଗୁରୁତର ଅବସ୍ଥାରେ କିଶୋରନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଅନୁଗୁଳରୁ ବୌଦ୍ଧ ଯାଉଥିବା ବେଳେ କାର (ଓଡି୦୨ ପି ୭୨୦୯)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ବଇଣ୍ଡା ଫାଣ୍ଡି ଅଧିକାରୀ ସ୍ୱରୂପ ରଞ୍ଜନ ପତ୍ରୀ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରି ଏକ ମାମଲା ରୁଜୁ କରିଛନ୍ତି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିବା ଜଣାଯାଇଛି।