ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ପାଇସି ଭିଲେଜରେ ଅନୁଗୁଳ ହାଇସ୍କୁଲ ୧୯୯୯ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ସ୍କୁଲ ଜୀବନ ସର୍ବ ଶ୍ରେଷ୍ଠ ବୋଲି କହିଥିଲେ। ୧୯୯୯ ବ୍ୟାଚରେ ପାସ କରିଥିବା ଛାତ୍ରଛାତ୍ରୀ ମାନେ ପେଶାରେ ଯିଏ ଯାହା ଥାଆନ୍ତୁ ନା’ କାହିଁକି ସମସ୍ତେ ନିଜ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିବାକୁ କହିଥିଲେ। ୨୦୨୬ ଜାନୁଆରୀ ମାସରେ ଅନୁଗୁଳ ହାଇସ୍କୁଲର ଏକା ଶତ ବର୍ଷ ପୂର୍ତ୍ତି ଅବସରରେ କିଭଳି ଭବ୍ୟ ସମାରୋହ ଆୟୋଜିତ ହେବ ସେଥିନେଇ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ। ଭାଇଚାରା ବଜାୟ ରଖି ସମସ୍ତେ ସମାଜର ଉନ୍ନତି ପାଇଁ କାମ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।ସମାରୋହରେ ବ୍ରହ୍ମାନ୍ତିକା ଶତପଥୀ, ଅରୁଣାଭ ବାନାର୍ଜୀ, ଅଜିଜ ଖାନ, ତାପସ ନାୟକ, ଦିବ୍ୟଜ୍ୟୋତି ଦାସ, ଗାୟତ୍ରୀ ପଟନାୟକ, ଡା କ୍ରିଷ୍ଣା ପାଣି, ଲୋଟସ ଦାସ ପ୍ରମୁଖ ବନ୍ଧୁ ମିଳନ ପରିଚାଳନା କରିଥିଲେ।