କଳା ଓ ସଂସ୍କୃତି

ହୁଲୁରିସିଂହାରେ ବସନ୍ତକାଳୀନ ଦୁର୍ଗୋତ୍ସବ: ନବମୀର ସ୍ୱତନ୍ତ୍ର ପୂଜା ସହ ସମାପନ ହେଲା ଶ୍ରୀଚଣ୍ଡୀ ଯଜ୍ଞ

By Angul TV Bureau

April 06, 2025

ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଠାରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ବସନ୍ତକାଳୀନ ଦୁର୍ଗୋତ୍ସବ ଆୟୋଜିତ ହୋଇଛି। ରବିବାର ପ୍ରାତଃରୁ ମା’ଙ୍କ ସୂର୍ଯ୍ୟପୂଜା, ଗୋପୂଜା, ପଞ୍ଚକର୍ମ ସହ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ଏହା ପରେ ନବମୀର ସ୍ୱତନ୍ତ୍ର ପୂଜା ସହ ଶ୍ରୀଚଣ୍ଡୀ ଯଜ୍ଞ ହୋଇଥିଲା। ମଧ୍ୟାହ୍ନରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାରେ ଆଳତି ପୁଷ୍ପାଞ୍ଜଳି ସହ ନବମୀ ପୂଜା ସମାପନ ହୋଇଥିଲା।

ପରେ ରାମ ନବମୀ ନୀତି ପାଳନ ହେବା ସହ ରାମାୟଣର ସୁନ୍ଦରାକାଣ୍ଡ ପଠନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ସଭାପତି ରଶ୍ମିରଞ୍ଜନ ସାହୁ, ସମ୍ପାଦକ ଅବିନାଶ ପ୍ରଧାନ, ଉପଦେଷ୍ଟା ସଞ୍ଜୀବ ସାହୁ, ମୃତ୍ୟୁଞ୍ଜୟ ସାହୁ, ବିରଜା ଶଙ୍କର ମହାପାତ୍ର, ଦିଲେଶ୍ୱର ସାହୁ, ପ୍ରେମ କୁମାର ପ୍ରଧାନ, ସନ୍ତୋଷ ନାଏକ, ରିତେଶ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।