ମୁଖ୍ୟ ଖବର

ଓଡ଼ିଶାରେ ବାୟୁ ପ୍ରଦୂଷଣ ଉପରମୁହାଁ: ସବୁଠୁ ପ୍ରଦୂଷିତ ୪ ସହର ଭିତରେ ଅନୁଗୁଳ, ଏକ୍ୟୁଆଇ ରହିଛି ୩୩୨

By Angul TV Bureau

December 06, 2024

ଭୁବନେଶ୍ବର: ଦିନକୁ ଦିନ ପ୍ରଦୂଷିତ ହେଉଛି ପୃଥିବୀ ପୃଷ୍ଠ। ବିଗୁଡ଼ୁଛି ବାୟୁର ସ୍ଥିତି। ଓଡ଼ିଶାରେ ବାୟୁ ପ୍ରଦୂଷଣ ଉପରମୁହାଁ। ରାଜ୍ୟର ୪ ସହର ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳରେ ଏବେ ବାୟୁ ପ୍ରଦୂଷଣ ସର୍ବାଗ୍ରେ ରହିଛି। ରାଜଧାନୀ ଦିଲ୍ଲୀ ଠାରୁ ବି ବଳି ଗଲାଣି ଓଡିଶା। ରାଜ୍ୟର ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି, ଯାହାର ଏକ୍ୟୁଆଇ ୩୩୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରହିଛି ରାଜ୍ୟର ୪ ସହର। ଆଜି ସକାଳ ୧୦ଟା ୫ ସୁଦ୍ଧା ଅନୁଗୁଳ ବାୟୁର ମାନ ସର୍ବାଧିକ ୩୩୨ ରହିଥିଲା। ସେହିପରି ଅଗରତାଲା ୩୧୫, ହାୱଡ଼ା ୩୧୪, ବର୍ଣ୍ଣିହାଟ ୩୧୨, ଅମୃତସର ୨୭୦ ରହିଥିଲା।

ପ୍ରକାଶ ଯେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମରେ ପହଞ୍ଚି ଥିବା ବେଳେ ଏବେ ଓଡ଼ିଶାରେ ବି ସମାନ ଅବସ୍ଥା। ପ୍ରଦୂଷଣରେ ଦିଲ୍ଲୀକୁ ଟପିବାରେ ଲାଗିଲାଣି ଓଡ଼ିଶା। ଅନୁଗୁଳ ଜିଲ୍ଲା ଏବେ ଦେଶର ସବୁଠୁ ପ୍ରଦୂଷିତ ୪ ସହର ଭିତରେ ଶୀର୍ଷରେ ରହିଥିବା ଜଣାଯାଇଛି।