ମୁଖ୍ୟ ଖବର

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ

By Angul TV Bureau

March 20, 2025

ଅନୁଗୁଳ: କରଡ଼ାଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ। ଶକ୍ତି ଇଣ୍ଟର ନ୍ୟାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ।ଶକ୍ତି ହରାଇଜଣ୍ଟାଲ, ଶକ୍ତି କଣ୍ଟିନେଣ୍ଟାଲ, ଶକ୍ତି ଅନ୍ନପୂର୍ଣ୍ଣା ରାଇସ ମିଲ, ଶକ୍ତି ପେଟ୍ରୋଲ ପମ୍ପରେ ଚଢ଼ଉ।

ବିକ୍ରମଙ୍କ ସମୁଦି ପାରଳାଖେମୁଣ୍ଡିର ତ୍ରିପତି ସାହୁକାରଙ୍କ ଘରେ ବି ଚଢ଼ଉ। ଅନୁଗୁଳ ଜିଲ୍ଲା କରଡ଼ାଗାଡ଼ିଆରେ ବିକ୍ରମ ସାହୁଙ୍କ ମୂଳ ଘର। ୧୦ କୋଟିରୁ ଊର୍ଦ୍ଧ୍ବ କ୍ୟାସ ଜବତ ହୋଇଥିବା ସୂଚନା ।

କେବଳ ଏହି ଗୋଟିଏ ନୁହେଁ, ତାଳଚେରର ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରିଛି ଆଇଟି ଟିମ୍। ମୂଷା ବେହେରା, ମହେନ୍ଦ୍ର ବେହେରା (ବାପ-ପୁଅ)ଙ୍କର ବିଭିନ୍ନ ସଂସ୍ଥାରେ ଏକ ସମୟରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ବାପ ପୁଅଙ୍କର ୩୦ କୋଟି ଡିସ୍କ୍ରିପାନସିର ପ୍ରମାଣ ପାଇଛି ଆୟକର ବିଭାଗ। ଅର୍ଥାତ୍ ଆୟ ଠାରୁ ୩୦ କୋଟି କମ୍ ଦେଖାଇଛି। ବାପା ପୁଅଙ୍କ ସଂସ୍ଥାକୁ ୨୦୨୩ରେ ବି ଜିଏସ୍ଟି ଚଢ଼ାଉ କରିଥିଲା। ସେଇ ଆଧାରରେ ଏହି ଚଢ଼ଉ ହୋଇଛି। ଉଭୟ ଘଟଣାରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।