ଅନୁଗୁଳ: ଚୈତ୍ର ଶୁକ୍ଲପକ୍ଷ ଚତୁର୍ଦଶୀ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଥିଲା। କୁଇଓ ତାଳତଇଳା ନିକଟରେ ଖୋଲା ଯାଇଥିବା ଏହି ଶିବିରରେ ଗୋପାଳପ୍ରସାଦ ହିଙ୍ଗୁଳାପୀଠ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାଣି, ସରବତ, ଦହିପାଣି ଓ ତରଭୁଜ ଆଦି ବଣ୍ଟନ କରାଯାଇଥିଲା। ଅନୁଗୁଳ ପୌରପାଳିକାର ପୂର୍ବତନ କାଉନସିଲର ସତ୍ୟାନନ୍ଦ ଦଳବେହେରା ଏହି ଜଳଛତ୍ରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ସନତ କୁମାର ପ୍ରଧାନ, ମହାରାଣୀ ଟ୍ରଷ୍ଟର ପରିଚାଳନା ନିର୍ଦେଶକ ଅଜୟ କୁମାର ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ସୁନୀଲ ଦଳବେହେରା, ଅନିଲ ଦଳବେହେରା, ବିଶାଳ ଦଳବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଜଳଛତ୍ର ଚାଲୁ ରହିଥିଲା।