ଅନୁଗୁଳ: ରାଜ୍ୟରେ ବର୍ତମାନ ନୂଆ କୌଣସି ପଞ୍ଚାୟତ କିମ୍ବା ବ୍ଲକ ଗଠନ ହେବନାହିଁ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ସହିତ ଅନୁଗୁଳ ଜିଲା ଜରପଡା ବ୍ଲକ ଗଠନ ଆଶା ପ୍ରାୟ ଶେଷ ହୋଇଛି। ମନ୍ତ୍ରୀ କହିଛନ୍ତି, ଗାଁ-ପଡା ମାନ୍ୟତା ପାଇଁ ଆସିଥିବା ୫,୫୬୬ ଆବେଦନମଧ୍ୟରୁ ୨,୫୦୧ଟି ଖାରଜ କରାଯାଇଛି; ଅବଶିଷ୍ଟ ୧,୧୭୭ ପ୍ରସ୍ତାବ ବିଚାରାଧୀନ ରହିଛି । ଏଥିରୁ ରାୟଗଡାରୁ ୨୫୬, ମାଲକାନଗିରିରୁ ୨୩୫, ଗଜପତିରୁ ୨୩୩ ଓ ଗଞ୍ଜାମରୁ ୨୦୦ ଆବେଦନ ଖାରଜ ହୋଇଛି।