ମୁଖ୍ୟ ଖବର

ଏମିତି ଅଯୋଗ୍ୟ ସନ୍ତାନ କାହାକୁ ନମିଳୁ: ମା’କୁ ଠେଙ୍ଗାରେ ପିଟିପିଟି ମାରିଲା ମଦୁଆ ପୁଅ

By Angul TV Bureau

May 26, 2025

ଅନୁଗୁଳ: ମଦୁଆ ପୁଅର ପାଗଳାମୀ। ମା’କୁ ଠେଙ୍ଗାରେ ପିଟିପିଟି ମାରିଲା। ରବିବାର ରାତିରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗାଁରେ ଏଭଳି ଛାତିଥରା ଘଟଣା ଘଟିଛି। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟାରେ ଜରପଡ଼ା ଥାନା ପରା ଗାଁର ଶାନ୍ତିଲତା ପେଣ୍ଠୋଇ (୫୮) ଓ ତାଙ୍କ ପୁଅ ରଥି (୨୮) ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଥି ନିଶାସକ୍ତ ଅବସ୍ଥାରେ ଠେଙ୍ଗାରେ ଶାନ୍ତିଲତାଙ୍କୁ ଆକ୍ରମଣ କରିଥିଲା। ପୁଅ ମାଡ଼ରେ ଶାନ୍ତିଲତା ସଂଜ୍ଞାହୀନ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।