ଅନ୍ୟାନ୍ୟ

ଆସନ୍ତା ୪ରେ ଚାପ ଖେଳିବେ ମଦନମୋହନ, ଡେରଙ୍ଗ ଗ୍ରାମରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

By Angul TV Bureau

April 12, 2025

ଅନୁଗୁଳ: ଚନ୍ଦନ ଯାତ୍ରା ପାଇଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି।

ଗ୍ରାମ ସଭାପତି ପ୍ରଶ୍ନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଚନ୍ଦନ ଯାତ୍ରାକୁ ସୁରୁଖୁରୁରେ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଶାଖ ମାସ ସପ୍ତମୀ ତିଥି ୪ ତାରିଖ ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଚାପ ଖେଳିବେ। ଚନ୍ଦନ ଯାତ୍ରାରେ ଜନଗହଳିକୁ ସୁରକ୍ଷାରେ ରଖି ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା ଆଦି ବିଭାଗର ସାହାଯ୍ୟ ଲୋଡ଼ା ଯାଇଛି। ବୈଠକରେ ଗ୍ରାମ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।