ଘଟଣା ଓ ଦୁର୍ଘଟଣା

କଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

By Biswaranjan Pattnaik

April 09, 2025

ଅନୁଗୁଳ: ଗତ ୮ ତାରିଖରେ କଣିହାଁ ରେଞ୍ଜ ଫରେଷ୍ଟ ଷ୍ଟାଫଙ୍କୁ ଗୁପ୍ତ ସୂଚନା ମିଳିଲା କି ଏକ ଯାଗାରେ ଶିକାରୀ ଶିକାର ପାଇଁ ଯୋଜନା କରୁଛି। ସଙ୍ଗେ ସଙ୍ଗେ ଫରେଷ୍ଟ ଅଧିକାରୀମାନେ ସରଧାପୁର ବିଟର ବଡଗୁଣ୍ଡୁରୀ ଜଙ୍ଗଲରେ ଛାନଭିନ କଲାବେଳେ ଦୁଇଟି ହାତ ବୋମା ଠାବ କରି ଥିଲେ ହେଲେ ଶିକାରୀକୁ ପାଇ ନଥିଲେ। ତିନିଦିନ ସେ ଅଞ୍ଚଳରେ ଜାଲ ବିଛାଇବାପରେ ଯାମୁଯୋଡି ଗାଁର ଲିପୁ ଗଡ଼ନାୟକ ଘଟଣା ସ୍ଥଳକୁ ଆସିବା କ୍ଷଣି ଫରେଷ୍ଟ ଷ୍ଟାଫ ତାଙ୍କୁ ମାଡି ବସିଥିଲେ। ଗିରଫ ପରେ ଲିପୁ ଜନ୍ତୁ ଶିକାର କରୁଥିବା ମାନି ଯାଇଥିଲା। ଏହି ଚଢ଼ାଉରେ ନୀଳାଦ୍ରୀନାଥ ସାହୁ ରେଞ୍ଜ ଅଫିସର, ଦୀପକ ସେଠି ଫରେଷ୍ଟର, ଦୀପକ ସାହୁ, ମନୋସ୍ମିତା ସାହୁ ଫରେଷ୍ଟ ଗାର୍ଡ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।