ଅନ୍ୟାନ୍ୟ

କିଶୋରନଗର ବ୍ଲକରେ ବିକାଶ ମେଳା: ହିତାଧିକାରୀଙ୍କୁ ଭତ୍ତା, ରାସନକାର୍ଡ, ଜବକାର୍ଡ ବଣ୍ଟନ

By Angul TV Bureau

June 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବିଲେଇନାଳି, କଟରଙ୍ଗା ଓ ହଣ୍ଡପା ପଞ୍ଚାୟତରେ ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ବିକାଶ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ହଣ୍ଡପା ପଞ୍ଚାୟତର ସରପଞ୍ଚ ରଶ୍ମିତା ପ୍ରଧାନ, ବିଲେଇନାଳି ସରପଞ୍ଚ ବବିତା ପ୍ରଧାନ, କଟରଙ୍ଗା ସରପଞ୍ଚ ମୋହିନୀ ପ୍ରଧାନ ସଭାପତିତ୍ବ କରିଥିଲେ। ବିକାଶ ମେଳାରେ ବ୍ଲକର ନୋଡାଲ ଅଧିକାରୀମାନେ ଯୋଗଦେଇ ଥିଲେ। ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ଭତ୍ତା, ରାସନକାର୍ଡ, ଜବକାର୍ଡ ପ୍ରଦାନ କରାଯାଇଥିଲା।