ଅନ୍ୟାନ୍ୟ

ଶ୍ରୀଶ୍ରୀ ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ବାର୍ଷିକ ବୈଠକ

By Angul TV Bureau

August 25, 2025

ଅନୁଗୁଳ: ପାର୍ବଣ ଋତୁର ଆଗମନରେ ସମସ୍ତ ପୂଜା ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ଆଉ ଦୁଇଦିନ ପରେ ଅଗ୍ରପୂଜ୍ୟ ଗଜାନନ ପୂଜା ପାଇବାକୁ ଥିବା ବେଳେ ଅନୁଗୁଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମଧ୍ୟ କମିଟି ମାନେ ଅଣ୍ଟା ଭିଡ଼ିଲେଣି। ଏହି ମର୍ମରେ ଅନୁଗୁଳ ସହର ମଧ୍ୟରେ ସର୍ବପୁରାତନ ପୂଜା କମିଟି ଭାବେ ଜଣାଶୁଣା ଶ୍ରୀଶ୍ରୀ ଗଜଲକ୍ଷ୍ମୀ ପୂଜା ସମିତି,ଲକ୍ଷ୍ମୀବଜାର ପକ୍ଷରୁ ସୋମବାର ଏହାର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷର ପୂଜା ପାଇଁ ନୂତନ କର୍ମକତା ଚୟନ କରାଯାଇଥିଲା। ସଭାପତି ଭାବେ ଭରତ କୁମାର ସାହୁ, ଉପ ସଭାପତି ସୌମ୍ୟ ରଞ୍ଜନ ସାହୁ, ଶିବସିସ କର ଏବଂ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଆଦର୍ଶ କୁମାର ସାହୁ,ଆକାଶ ମହାରଣା, କୋଷାଧ୍ୟକ୍ଷ ବିକାଶ କୁମାର ଅଗ୍ରୱାଲ ପ୍ରମୁଖ ଚୟନ ହୋଇଥିଲେ। ନୂତନ କମିଟି ଗଠନ ପରେ ପୂଜାର ଆୟବ୍ୟୟର ହିସାବ କରାଯାଇଥିଲା। ଏଥି ସହ ମା’ଙ୍କ ରୁପା ଅଳଙ୍କାରର ତଦାରଖ ଯାଞ୍ଚ କରାଯାଇଥିଲା।