କଳା ଓ ସଂସ୍କୃତି

ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଚାନ୍ଦି ମୁକୁଟରେ ଝଲସିବେ ଲକ୍ଷ୍ମୀ ବଜାର ଦେବୀ

By Biswaranjan Pattnaik

October 16, 2024

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ପୂଜା ଇତିହାସରେ ପ୍ରଥମ ଥର ପାଇଁ ଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାରେ ପ୍ରାୟ ୧୫ କେଜି ଓଜନର ରୂପା ସାଙ୍ଗକୁ ପ୍ରାୟ ଏକ ଭରି ଓଜନର ସୁନା ଲାଗିବାକୁ ଯାଉଛି। ଏହି ରୂପାର ଅଧିକାଂଶ ଭାଗ ଦେବୀଙ୍କ ମୁକୁଟରେ ଲାଗିଛି। ଏହାଛଡା ସିନ୍ଥି, ନାକ,ବେକ,ହାତ ଅଣ୍ଟା ଆଦିରେ ଦେବୀଙ୍କର ରୂପା ଅଳଙ୍କାର ଲାଗିବାକୁ ଯାଉଛି।

୧୯୬୦ ମସିହାରେ ଅନୁଗୁଳ ଲକ୍ଷ୍ମୀ ବଜାରରେ ପ୍ରଥମ ଥର ପାଇଁ ସାର୍ବଜନୀନ ଲକ୍ଷ୍ମୀପୂଜା ଆରମ୍ଭ କରାଯାଇଥିଲା।ସେହିଦିନଠାରୁ କମିଟିର ସଦସ୍ୟ ମାନେ ଏହି ପୂଜାର ଭବ୍ୟତା,ଭାଇଚାରା ଓ ପବିତ୍ରତାକୁ ବଜାୟ ରଖି ଆସିଛନ୍ତି। ଚଳିତ ବର୍ଷ ମେଢ଼, ମୂର୍ତ୍ତି ଓ ଆଲୋକ ସଜ୍ଜା ଉପରେ ବିଶେଷ ଗୁରୁତ୍ବ ଦେଇଛି କମିଟି। ଅନ୍ନ ଭୋଗ, ସନ୍ଧ୍ୟାରେ ପ୍ରତିଦିନ ଖିରି,କାକରା ହାଲୁଆ ଭୋଗ ଲାଗି ହେବା ବୋଲି କମିଟି ସଦସ୍ୟ ମାନେ ସୂଚନା ଦେଇଛନ୍ତି।

ମୂର୍ତ୍ତିରେ ସୁନା ରୂପାର ଅଳଙ୍କାର ଲାଗିଥିବାରୁ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ କରାଯିବ। ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି। ଲକ୍ଷ୍ମୀ ବଜାର ପୂଜା କମିଟିର ସଭାପତି ଭାବେ ଭରତ କୁମାର ସାହୁ,ସମ୍ପାଦକ ଜ୍ୟୋତିରଂଜନ ସାହୁ,ଉପ ସଭାପତି ରୂପେ ତପନ କୁମାର ସାହୁ,ଶିବାଶିଷ କର,ସୌମ୍ୟ ରଂଜନ ସାହୁ,ଯୁଗ୍ମ ସମ୍ପାଦକ ଭାବେ ଆଦର୍ଶ କୁମାର ସାହୁ,ଆକାଶ ମହାରଣା ଏବଂ କୋଷାଧ୍ୟକ୍ଷ ଭାବେ ବିକାଶ ଅଗ୍ରୱାଲ ଦାୟିତ୍ଵ ନିର୍ବାହ କରୁଛନ୍ତି।