କଳା ଓ ସଂସ୍କୃତି

ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା: ଉଦ୍ଘାଟନୀ ସନ୍ଧ୍ୟାରେ ଆଧ୍ୟାତ୍ମିକ ଆଲୋଚନାଚକ୍ର

By Biswaranjan Pattnaik

March 25, 2026

ଅନୁଗୁଳ: ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତମ ବାସନ୍ତିକ ମହୋତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି। ଷଷ୍ଠୀ ଅବସରରେ ଅପରାହ୍ନରେ ବିଲ୍ୱାଧିବାସ, ଦେବୀଙ୍କ ବୋଧନ, ଅଧିବାସ ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ ସହ ଅନୁଗୁଳ ଶାନ୍ତି ଅନୁଭୂତି ଧାମ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର ,ଧ୍ୟାନ,ପ୍ରାର୍ଥନା ଆଦି ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଳାକାର ମାନେ ଆକର୍ଷଣୀୟ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।ଶାନ୍ତି ଅନୁଭୂତି ଧାମ ମୁଖ୍ୟ ମିନତୀ ଭଉଣୀ, ପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା ଏବଂ ତାଙ୍କ ସହଯୋଗୀ ମାନେ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ। ବୁଧବାର ମହାସପ୍ତମୀ ପୂଜା ସହ ଅପରାହ୍ନରେ ମହିଳା କବାଡି ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।