ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଅନୁଗୁଳ ମେଡିକାଲର କୋଟିପତି କିରାଣି ସୁବ୍ରତ ବେହେରା, ରଖିଥିଲେ ଆୟଠୁ ୨୦୫ ପ୍ରତିଶତ ଅଧିକ ସମ୍ପତ୍ତି

By Angul TV Bureau

February 12, 2026

ଅନୁଗୁଳ: ଦରମା କିରାଣିର, କିନ୍ତୁ ଠାଣି ବଡ଼ ବଡ଼ ବ୍ୟୁରୋକ୍ରାଟ୍‌ଙ୍କ ଠାରୁ ବି ବଳି! ଜଣେ ସାଧାରଣ କିରାଣିଙ୍କ ସମ୍ପତ୍ତି ଦେଖିଲେ ବଡ଼ ବଡ଼ ଅଫିସରଙ୍କ ଆଖି ଖୋସି ହୋଇଯିବ! ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥାକଥିତ ‘କରିତକର୍ମା’ କିରାଣି ସୁବ୍ରତ ବେହେରା।

ସୂଚନା ମୁତାବକ, ସୁବ୍ରତଙ୍କ ପାଖରେ ନିଜ ଆୟ ତୁଳନାରେ ପ୍ରାୟ ୨୦୫ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ହିସାବ ଅନୁସାରେ, ସେ ପ୍ରାୟ ଦେଢ଼ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟର ଖୋଳତାଡ଼ ପରେ ଆଜି ଅପରାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ହୋଇ କିପରି ଏତେ ପରିମାଣର କଳାଟଙ୍କା ଠୁଳ କଲେ, ସେ ନେଇ ଭିଜିଲାନ୍ସ ଏବେ ଅଧିକ ଖୋଳତାଡ଼ ଜାରି ରଖିଛି।