oplus_2097152

ଅନ୍ୟାନ୍ୟ

ଅନୁଗୋଳ ମେଳା ଉଦଘାଟିତ

By Biswaranjan Pattnaik

October 27, 2026

ଅନୁଗୋଳ: ପାର୍ବଣ ଅବସରରେ ବିଜୁ ମଇଦାନ ଠାରେ ଅନୁଗୋଳ ମେଳା ୨୦୨୬ ଉଦଘାଟିତ ହୋଇ ଯାଇଛି।ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ମେଳାକୁ ଉଦଘାଟନ କରିବା ସହ ଗ୍ରାମୀଣ ଉତ୍ପାଦର ଅଧିକ କାରବାର ହେଲେ ସ୍ଥାନୀୟ କାରିଗର ମାନେ ଅଧିକ ଉପକୃତ ହେବେ ବୋଲି କହିଥିଲେ। ଏହି ମେଳାରେ ଶତାଧିକ ଷ୍ଟଲ ଲାଗିଛି। ଘରକରଣା ଜିନିଷ ଠାରୁ ବେଡସିଟ,ଡ୍ରେସ ଏବଂ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଥିବା ନେଇ ମେଳାର ଉଦ୍ୟୋକ୍ତା ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର,ଜୟନ୍ତ କୁମାର କର ପ୍ରମୁଖ ଜଣାଇଛନ୍ତି।