ମୁଖ୍ୟ ଖବର

ଅନୁଗୁଳ ମେଳା ଉଦଘାଟିତ, ଏତିକି ଦିନ ପର୍ଯ୍ୟନ୍ତ ଚାଲିବ

By Angul TV Bureau

October 07, 2025

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ବିଜୁ ମୈଦାନଠାରେ ୧୨ତମ ଅନୁଗୁଳ ମେଳା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାର ଉଦଘାଟନ କରିଥିଲେ। ଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ଏହି ମେଳାରେ ଅନୁଗୁଳବାସୀ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ମନପସନ୍ଦ ଜିନିଷ କିଣିବାର ସୁଯୋଗ ପାଇବେ ବୋଲି ପ୍ରଧାନ ପ୍ରକାଶ କରିଥିଲେ।

ମେଳାରେ ୧୦୦ରୁ ଅଧିକ ଷ୍ଟଲ୍‌ରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ହସ୍ତତନ୍ତ, ହସ୍ତଶିଳ୍ପ, ପୋଷାକ, ଶାଢ଼ୀ, ଘରକରଣା, ଖେଳଣା ଓ ବୈଦ୍ୟୁତିକ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରୟ କରାଯାଉଛି। ଏହା ଦ୍ୱାରା ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ସିଧାସଳଖ ବ୍ୟବସାୟ ହେଉଛି। କ୍ରେତାମାନେ ଜିନିଷର ଗୁଣବତ୍ତା ଓ ଆବଶ୍ୟକତା ଅନୁସାରେ ମନପସନ୍ଦ ସାମଗ୍ରୀ କିଣୁଛନ୍ତି।

ଅକ୍ଟୋବର ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସଂଯୋଜକ ସୂଚନା ଦେଇଛନ୍ତି।