ଅନୁଗୁଳ: ଆସନ୍ତା ଫେବୃୟାରୀ ମାସ ୧୩ ତାରିଖରୁ ୧୫ ତାରିଖ ଯାଏଁ କଟକ ଠାରେ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅନୁଗୋଳ ଦଳ ଭାଗ ନେବାକୁ ଯାଉଛି। ଏଣୁ ଆସନ୍ତା ମାସ ୧ ତାରିଖରେ ତାଳଚେର ଗ୍ରୀନ ଗ୍ରାସ ଷ୍ଟାଡିୟମ୍ ରେ ଅନୁଗୁଳ ପୁରୁଷ ଦଳ ପାଇଁ ଖେଳାଳୀ ଚୟନ କରାଯିବ। ଏଥିରେ ଭାଗ ନେବାକୁ ଇଛୁକ ଖେଳାଳୀ ମାନେ ଅଧିକ ବିବରଣୀ ପାଇଁ କ୍ରୀଡା ସଂସଦର କବାଡି ସମ୍ପାଦକ ପେସ୍କାର ଗଡ଼ନାୟକଙ୍କୁ ୯୪୩୭୩୩୨୪୧୪ ନମ୍ୱର୍ ଯୋଗେ ଯୋଗାଯୋଗ କରିବାକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଜଣାଇଛନ୍ତି।