ମୁଖ୍ୟ ଖବର

ସେବାର ୨ ବର୍ଷ ପୂରଣ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଜନତାଙ୍କୁ କୃତଜ୍ଞତା

By Angul TV Bureau

June 04, 2026

ଅନୁଗୁଳ: ସେବା, ସଂକଳ୍ପ ଓ ବିଶ୍ୱାସର ଐତିହାସିକ ଯାତ୍ରାକୁ ଆଜି ୨ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏକ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି, “ଆଜିର ଦିନଟି ମୋ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ। ଆପଣମାନଙ୍କର ଅମୂଲ୍ୟ ଆଶୀର୍ବାଦ, ଅକୁଣ୍ଠ ସମର୍ଥନ ଓ ଅତୁଟ ବିଶ୍ୱାସ ବଳରେ ମୁଁ ପବିତ୍ର ବିଧାନସଭାରେ ଆପଣମାନଙ୍କର ସ୍ୱର ହୋଇପାରିଛି।”

ସେ ଆହୁରି କହିଛନ୍ତି, “ଗତ ଦୁଇ ବର୍ଷ ଧରି ମୁଁ ନିରନ୍ତର ଭାବେ ଆପଣମାନଙ୍କ ମଧ୍ୟରେ ରହି, ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ପରିବାରର ସୁଖ-ଦୁଃଖର ସାଥୀ ହେବାକୁ ପ୍ରୟାସ କରିଛି। ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅନୁଗୁଳର ସର୍ବାଙ୍ଗୀନ ବିକାଶ ହିଁ ମୋର ପ୍ରାଥମିକତା ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ’।‘ଆପଣମାନଙ୍କ ସ୍ନେହ, ସହଯୋଗ ଓ ଆଶୀର୍ବାଦକୁ ଶକ୍ତି ଭାବେ ନେଇ ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଅନୁଗୁଳ ଗଠନ ପାଇଁ ମୁଁ ସଦା ସର୍ବଦା ସମର୍ପିତ ରହିବି,” ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।