ଘଟଣା ଓ ଦୁର୍ଘଟଣା

ମେଳାରେ ପଘା ପକା କୁଜି ନେତା

By Biswaranjan Pattnaik

April 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବରେ ମିଡ଼ିଆ ଆଉ ଭିଭିଆଇପିଙ୍କ ପାଇଁ ପାସ ବାକି ସମସ୍ତେ ଆଗ ଆସ ଆଗ ବସ କ୍ରମରେ ବସିବେ। କଥା ଟା ସିନା ଜୋର୍ ପ୍ରଚାର ହେଲା ହେଲେ ହିଡେନ୍ କାରବାର ବି ଥିଲା। ସନ୍ଧ୍ୟା ଗଡିବା ମାତ୍ରେ ଶହ ଶହ କୁଜି ନେତା ବେକରେ ପଘା ପକେଇ ଏନ୍କ୍ଲୋଜର ଭିତରେ ଧସେଇ ପଶିଲେ। ଦେଖୁ ଦେଖୁ ସବୁ ସାମନା ଯାଗା ମାଡ଼ି ବସିଲେ। ଏଣେ ଅନୁଗୁଳର ଏକ ନମ୍ବର ସାଂସ୍କୃତିକ ଅନୁଷ୍ଠାନ କଳାକାର ଏବଂ ସେହିଭଳି ଅନେକ ସଂସ୍ଥା ନିମନ୍ତ୍ରଣ ପତ୍ରଟିଏ ମଧ୍ୟ ପାଇ ନଥିବା ଅଭିଯୋଗ କରିଛନ୍ତି।