ଅନୁଗୁଳ: ମହୋତ୍ସବ ୨ ୟ ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ନିଜ ସୀମିତ ଅଭିଭାଷଣରେ ଅନୁଗୁଳର କଳା ସଂସ୍କୃତି ଶିଳ୍ପ ଅଭିବୃଦ୍ଧି, ରାଜ୍ୟରେ ବିଦ୍ୟୁତ୍ ବ୍ୟବସ୍ଥା ସବୁକିଛି ୧୫ ମିନିଟ ଭିତରେ ସାରି ଶେଷରେ ଏଇ କମେଡି ଟି କହିଲେ। ଗୋଟିଏ ସଭାରେ ନେତା ମାନେ ଏତେ ଭାଷଣ ଦେଲେ ଯେ ଶେଷ ନେତା ଭାଷଣ ଦେଲା ବେଳକୁ ସଭାରେ ତିନୋଟି ଲୋକ ଥିଲେ। ନେତା ଜଣକ ସଭାରେ ପ୍ରଥମ ଲୋକକୁ ଦେଖି କହିଲେ ” ତମକୁ ଅନେକ ଧନ୍ୟବାଦ୍ ତମେ ଏଯାଏଁ ବସିଛ”ଲୋକଟି କହିଲା ନାଇଁ ଆଜ୍ଞା ମୁଁ ଶ୍ରୋତା ନୁହେଁ ମାଇକ ବାଲା ଆପଣ କହି ସାରିଲେ ମୁ ଘରକୁ ଯିବି। ନେତା ଦ୍ଵିତୀୟ ଶ୍ରୋତାକୁ ପଚାରିଲେ ବାବୁ ତୁମକୁ ବହୁତ୍ ଧନ୍ୟବାଦ୍ ,ତମ ଧର୍ଯ୍ୟକୁ ମାନିବାକୁ ପଡ଼ିବ। ଲୋକଟି କହିଲା ବାବୁ ମୁଁ ଶ୍ରୋତା ନୁହଁ ମୁଁ ଚଉକି ବାଲା,ଆପଣ କାମ ସାରନ୍ତୁ ମୁଁ ଚଉକି ଗୋଟେଇବି। ନେତା ଶେଷରେ ତୃତୀୟ ଲୋକଟିକୁ ପଚାରିଲେ “ତୁମେ ନିଶ୍ଚିତ ଭାବେ ସଭାରେ ସବୁ ଶୁଣିଛ,ତୁମକୁ ଧନ୍ୟବାଦ୍। ତୃତୀୟ ଲୋକଟି ମଧ୍ୟ କହିଲା ନାଇଁ ଆଜ୍ଞା ମୁଁ ଶ୍ରୋତା ନୁହଁ ମୁଁ ଟେଣ୍ଟ ବାଲା ଆପଣ ଶୀଘ୍ର ସାରନ୍ତୁ ମୁଁ ସାମିୟାନାଖୋଲିବି” ଏତିକି କହି କନକ ଜଣେଇ ଦେଲେ ଅତି ଗପିଲେ ନେତାଙ୍କ ପାଖରେ ଆଉ କେହି ନଥାନ୍ତି। ତେଣୁ କାଳ ବେଳ ଦେଖିମାପି ଚୁପି କଥା କୁହ ।