ଅନୁଗୁଳ: “ପ୍ରଶଂସା ସାଉଣ୍ଟିଲ ପୌରପାଳିକା” ଗତ ବାର ବର୍ଷର ମହୋତ୍ସବ ଭିତରେ ଷ୍ଟାଡିୟମର ପରିମଳ ବ୍ୟବସ୍ଥା ବାରିହୋଇ ପଡୁଥିଲା। ପୌର ନିର୍ବାହୀ ଅଧିକାରୀ କୋଡିଏ ଏକ୍ସଟ୍ରା ଝାଡୁଦାର ଲଗେଇ ଯେଉଁଠି ଜରି, ପଲିଥିନ୍,ପାଣି ବୋତଲ ପଡୁଥିଲା ତାକୁ ସଙ୍ଗେ ସଙ୍ଗେ ଗୋଟେଇ ନେଉଥିଲେ।ଏଥି ସହ ପୌରପାଳିକା ଥଣ୍ଡା ପାନୀୟ ଜଳ ମଧ୍ୟ ବଣ୍ଟନ କରୁଥିଲେ। ମଞ୍ଚରେ ମଧ୍ୟ ଅନୁଗୁଳ ବିଧାୟକ ମହୋତ୍ସବର ସଫଳ ରୂପାୟନ ପଛରେ ପୌରପାଳିକାର ବଳିଷ୍ଠ ଭୂମିକା ରହିଥିବା ପ୍ରକାଶ କରିଥିଲେ।