ମୁଖ୍ୟ ଖବର

ଆସନ୍ତା ୨୬ ରୁ  ୨୮ ଅନୁଗୁଳ ମହୋତ୍ସବ: ଓଡ଼ିଆ ଓ ଜାତୀୟ କଳାକାରଙ୍କ ନୃତ୍ୟ ସଙ୍ଗୀତ ରେଝଙ୍କୃତ ହେବ ଷ୍ଟାଡିୟମ

By Biswaranjan Pattnaik

April 21, 2025

ଅନୁଗୁଳ: ଆସନ୍ତା ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମରେ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ। ମେଳା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ  କରାଯାଇଛି।

ଚଳିତ ଅନୁଗୁଳ ମହୋତ୍ସବରେ ଓଡ଼ିଆ ଓ ଜାତୀୟ ସ୍ତରର ବହୁ ନାମକରା କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ସେମାନଙ୍କର ପ୍ରଦର୍ଶନରେ ଦର୍ଶକଙ୍କୁ ବାନ୍ଧି ରଖିବେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋତ୍ସବକୁ ଉଦ୍ଘାଟନ କରିବେ ।

ଏପ୍ରିଲ ୨୬ ଦିନ ସନ୍ଧ୍ୟାରେ ଇଣ୍ଡିଆନ ଆଇଡଲ୍ ଫେମ ସାୟଲି କାମ୍ୱଲି, ନଚିକେତ ଲେଲେ,ଭଏସ ଅଫ ଓଡ଼ିଶା ଫେମ୍ ସ୍ଵୟଂ ପାଢ଼ୀ ଗୀତରେ ଶ୍ରୋତାଙ୍କୁ ଝୁମେଇବେ ଏବଂ ପ୍ରଜ୍ଞା ଏବଂ ଶଙ୍କର ଯୋଡ଼ି ହସେଇ ହସେଇ ବେଦମ୍ କରିବେ। ୨୭ ଏପ୍ରିଲରେ ଅଭିଜିତ ଭଟାଚାର୍ଯ୍ୟ ଏବଂ ଦିପ୍ତିରେଖା ପାଢ଼ୀଙ୍କ ରୋମାଣ୍ଟିକ ଗୀତ ବିଶେଷ ଆକର୍ଷଣ ହେବ। ୨୮ ତାରିଖ ସନ୍ଧ୍ୟାରେ ୟୁଟୁବ ସେନ୍ସେଶନ ସତ୍ୟଜିତ ପ୍ରଧାନ, ଜ୍ୟୋତିର୍ମୟୀ ନାୟକ, ଅମିତ୍ ମିଶ୍ର ଆଦି ଲୋକଙ୍କୁ ବାନ୍ଧି ରଖିବେ।

ମହୋତ୍ସବରେ ଅନୁଗୁଳ କଳା ସଂସ୍କୃତି, ପରିବେଶ ଏବଂ ଶିଳ୍ପ ସମୃଦ୍ଧିର ଝଲକ ବି ରହିବ। ଦର୍ଶକ ମାନେ ବହୁ ସଂଖ୍ୟାରେ ମହୋତ୍ସବ ଦେଖିବାକୁ ଆସିବେ ବୋଲି ଆକଳନ କରାଯାଉଛି।