ମୁଖ୍ୟ ଖବର

ଅନୁଗୁଳ ପୌରପାଳିକାର ମାସିକ ବୈଠକ

By Biswaranjan Pattnaik

October 18, 2023

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ସଭା କକ୍ଷରେ ଏହାର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସମେତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଏବଂ ସମସ୍ତ ପାରିଷଦ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ବୈଠକରେ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଡ୍ରେନ ସଫେଇ ଆଶାନୁରୂପ ହେଉ ନ ଥିବା ଏବଂ ଅନେକ ୱାର୍ଡରେ ପାଣି ଜମି ରହୁଥିବା ନେଇ ପାରିଷଦ ମାନେ ଅଭିଯୋଗ କରିଥିଲେ। ତୁରନ୍ତ ଏସବୁର ସମାଧାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତା ଆଲୋକ ବ୍ୟବସ୍ଥା ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁନାହିଁ ଏବଂ ଠିକ। ସଂସ୍ଥା ମେଣ୍ଟେନାନ୍‌ସ ମଧ୍ୟ କରୁନଥିବା ଅନେକେ ଅଭିଯୋଗ କରିଥିଲେ। ନଗରପାଳିକ ଏଥିନେଇ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବେ ବୋଲି କହିଥିଲେ। ଜେଇଙ୍କ କାର୍ଯ୍ୟ ସନ୍ତୋଷଜନକ ହେଉନଥିବାରୁ ପାରିଷଦ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନଗରପାଳ ଏହାର ଉତ୍ତରରେ ଜେଇଙ୍କ ଉପରେ କାମର ଚାପ ପଡୁଛି ତେଣୁ ଅନ୍ୟ ଏକ ଯେଇ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ନଗରପାଳ ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ।