ଅନୁଗୁଳ: ଅନୁଗୁଳ ସହର ଭିତରେ ଏକ କାଞ୍ଜିଆ ହୁଦା କରିବା ପାଇଁ ଶେଷରେ ପୌରପାଳିକା ନିର୍ବାହୀ ଅଧିକାରୀ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।ଅନୁଗୁଳ ସହରରେ ଆନିମଲ୍ ୱେଲ୍ଫେଆର ଟ୍ରଷ୍ଟ ପକ୍ଷରୁ ବୁଲା ଗାଈଗୋରୁ ଷଣ୍ଢଙ୍କ ଯତ୍ନ ନିଆଯାଏ। ସହର ଭିତରେ ହୁଦା ନଥିବାରୁ ବୁଲା ଗାଈ ଗୋରୁଙ୍କ ଯୋଗୁଁ ଦୁର୍ଘଟଣା ମାନ ଘଟୁଛି। ଟ୍ରଷ୍ଟର ଅଭିଯୋଗ ଅନୁସାରେ ଗତ ୯ ବର୍ଷ ଭିତରେ ଗାଡ଼ି ଦୁର୍ଘଟଣାରେ ୫୦୦ ଗୋରୁ ମରି ଥିବା ବେଳେ ୪୦୦ ରୁ ଅଧିକ ଆହତ ହୋଇଛନ୍ତି। ଟ୍ରଷ୍ଟର ସ୍ବେଚ୍ଛାସେବୀ ମାନେ ଦୁର୍ଘଟଣାର ଖବର ପାଇଲେ ତତକାଳ ଘଟଣା ସ୍ଥଳକୁ ଯାଇ ସେମାନଙ୍କର ଚିକିତ୍ସା କରିଥାନ୍ତି। ଟ୍ରଷ୍ଟ ଅନୁଗୁଳ ସହର ଭିତରେ ଏକ କାଞ୍ଜିଆ ହୁଦା ନିର୍ମାଣ ପାଇଁ ବହୁବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରି ନଥିଲେ।
ଶେଷରେ ଆଜି ସ୍ବେଚ୍ଛାସେବୀ ମାନେ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ଭେଟି ସ୍ମାରକ ଦେବାପରେ ସେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସେ ଏକ ହୁଦା କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସ୍ବେଚ୍ଛାସେବୀ ରୁକେଶ ରୋଷନ୍ ଦାସ,ପର୍ଶୁରାମ ଦାସ, ପ୍ରତାପ ମହାପାତ୍ର, ଆଦ୍ୟାଶ୍ଲୋକ ମିଶ୍ର,ବିଶ୍ୱଜିତ୍ ବିଶ୍ଵାଳ,ଆଶିଷ ସାହୁ ପ୍ରମୁଖ ଟ୍ରଷ୍ଟ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ।