ମୁଖ୍ୟ ଖବର

ଅମାନିଆ କର୍ମଚାରୀଙ୍କୁ ଛାଟ: ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଦରମା ବନ୍ଦ

By Biswaranjan Pattnaik

August 04, 2025

ଅନୁଗୁଳ: ଅମାନିଆ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ପୁଣି ଥରେ ଆକ୍ସନ ମୋଡକୁ ଓହ୍ଲାଇଛନ୍ତି ପୌର ନିର୍ବାହୀ ଅଧିକାରୀ। ବାରମ୍ବାର ସମୟାନୁବର୍ତ୍ତୀ ହେବାକୁ କୁହାଗଲା ମଧ୍ୟ କିଛି କର୍ମଚାରୀ ଏହାକୁ ଅଣଦେଖା କରୁଚନ୍ତି। ଆଜି ସକାଳ ୬ ଟା ସୁଦ୍ଧା କୌଣସି ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଅଫିସ ନଆସିବାରୁ ସଫେଇ କାର୍ଯ୍ୟ ବ୍ୟାହତ ହୋଇଥିଲା। ଏଣୁ ଖବର ପାଇ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସ୍ୱଚ୍ଛ ସାଥୀ ଓ ସୂପର୍ଭାଇଜରଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ସେହିଭଳି କର୍ତ୍ତବ୍ୟରେ ଅବହେଳା ନିମନ୍ତେ ଗତ ସପ୍ତାହରେ ଟିକସ ବିଭାଗର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସେକ୍ସନରୁ ତଡି ଦିଆଯାଇଥିବା ଜଣା ପଡ଼ିଛି।ନିର୍ବାହୀ ଅଧିକାରୀଙ୍କ ଆକ୍ସନ ଯୋଗୁଁ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ଛାନିଆଁ ହୋଇପଡ଼ିଛନ୍ତି।