ଅନୁଗୁଳ: ଜବରଦଖଲକାରୀଙ୍କୁ ପୁଣି ପୌର ଛାଟ। ପୂଜା ବଜାରରେ ରାସ୍ତା ଜବରଦଖଲ କରି ଦୋକାନ ପସରା ମେଳାଇଥିବା ଅମାନିଆ ବେପାରୀଙ୍କୁ ଆଜି ପୁଣି ପୌରପାଳିକା ପୁଣି ଉଚ୍ଛେଦ କରିଛି। ରାସ୍ତା ଉପରେ ଜିନିଷ ଗଦାଇ ଟ୍ରାଫିକ ଜାମ୍ କରୁଥିବା ଦୋକାନୀଙ୍କ ବିପୁଳ ସାମଗ୍ରୀ ଜବତ କରାଯାଇଛି। ଛଅଟି ଦୋକାନରୁ ମୋଟ ୧୬,୫୦୦ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ଲକ୍ଷ୍ମୀ ବଜାର ସୁପର ମାର୍କେଟରେ ଏକ ବେଆଇନ ଦୋକାନକୁ ସିଲ୍ କରାଯାଇଛି। ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିବା ବେଳେ ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।