ମୁଖ୍ୟ ଖବର

ଜ୍ବାଇଁ ପୁଅଙ୍କ ବାରାତରେ ଧୂଳିଉଡ଼ା ନାଚ: ତଣ୍ଡ ଗଣିଲେ ଶ୍ଵଶୁର

By Angul TV Bureau

January 29, 2026

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ଜ୍ବାଇଁ ପୁଅଙ୍କ ଧୁଳିଉଡା ବାରାତ ପାଇଁ ତଣ୍ଡ ଗଣିଛନ୍ତି ଶ୍ଵଶୁର। ଗତ ବୁଧବାର ରାତିରେ ଅମଲାପଡ଼ା ଦୁର୍ଗା ମଣ୍ଡପରେ ବି.କେ ବେହେରାଙ୍କ ଝିଅ ବାହାଘର ହେଉଥିଲା।ନିର୍ଦ୍ଧାରିତ ସମୟରେ ବାରାତ ଆସି ପହଞ୍ଚିଥିଲା। ତେବେ ବାରାତର ଡିଜେ ଗାଡିରେ ପେପର କ୍ୟାନନରୁ ଯେଭଳି କିଲୋ କିଲୋ ପ୍ଲାଷ୍ଟିକ ଟୁକୁରା କାଗଜ ବାହାରି ରାସ୍ତା ସାରା ବିଛାଡ଼ି ହୋଇ ପଡୁଥିଲା ଏହା ପ୍ରଦୂଷଣ ଆଇନର ବିରୁଦ୍ଧାଚରଣ କରୁଥିବାରୁ ପୌର କର୍ମଚାରୀ ମାନେ ଶ୍ଵଶୁରଙ୍କୁ ତିନି ହଜାର ଟଙ୍କା ଫାଇନ୍ କରିଥିଲେ।

ଏଥିନେଇ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି ଏହା ଆରମ୍ଭ ମାତ୍ର। ଆମେ ଖୁବ୍ ଶୀଘ୍ର ଏଥିନେଇ ଏକ ଏସଓପି ତିଆରି କରିବୁ ଏବଂ ବାହାଘର ନାଚ ବେଳେ ଏଭଳି ରାସ୍ତା ଅପରିଷ୍କାର କଲେ କଠୋର ଫାଇନର ବ୍ୟବସ୍ଥା କରିବୁ।