ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକ ଓ କାଗଜ କପରେ ଚା’ ବିକିବା ବିରୁଦ୍ଧରେ ଅଭିଯାନ ଜାରି ରହିଛି। ସେହିଭଳି ଦୋକାନୀ ମାନେ ଡଷ୍ଟବିନ ବ୍ୟବହାର ନକରି ଦୋକାନ ଆଗରେ ଅଳିଆ ପକାଇଲେ ଫାଇନ କଟାଯାଉଛି। ଆଜି ବୁଢ଼ୀ ଠାକୁରାଣୀ ମନ୍ଦିର ସମ୍ମୁଖରେ ଅଳିଆ ଗଦାଇଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ କରାଯାଇଥିଲା। ଆଜି ଫୁଲଦୋକାନୀଙ୍କ ଠାରୁ ୩୮୦୦ ଏବଂ ଚା’ ଦୋକାନୀଙ୍କ ଠାରୁ ୫୦୦ ଟଙ୍କା ଏହିଭଳି ମୋଟ ୪୩୦୦ ଟଙ୍କା ଫାଇନ ଆଦାୟ ହୋଇଥିଲା। ଏଭଳି ଚଢ଼ାଉ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି।