ମୁଖ୍ୟ ଖବର

ଆସନ୍ତା ୧୬ ରୁ ପ୍ଲାଷ୍ଟିକ ଓ କାଗଜ ଗ୍ଲାସରେ ଲସି ବିକିବା ବନ୍ଦ

By Biswaranjan Pattnaik

March 14, 2025

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳ ଭିତରେ ଚା’ ଦୋକାନ ପରେ ଏବେ ଲସି ଦୋକାନରେ କଟକଣା ଲାଗିଛି। ଗୁରୁବାର ଅନୁଗୁଳ ପୌରପାଳିକା ସଭାକକ୍ଷରେ ଏକ ବୈଠକ ଆୟୋଜିତ ହୋଇଥିଲା। ସହରର ସବୁ ଲସି ଦୋକାନୀ ଏହି ବୈଠକରେ ଯୋଗ ଦେଇଥିଲେ। ସଭାରେ ପୌରାହିତ୍ୟ କରି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଲସି ଦୋକାନୀ ମାନଙ୍କୁ ଆସନ୍ତା ୧୬ ତାରିଖରୁ କାଗଜ ଗ୍ଲାସ କିମ୍ବା ପ୍ଲାଷ୍ଟିକ ଗ୍ଲାସରେ ଲସି ଦେବାକୁ ବାରଣ କରିଥିଲେ। ଏହାଦ୍ୱାରା ପରିବେଶ ନଷ୍ଟ ହେଉଛି ବୋଲି ସେ ପ୍ରକାଶ କରିଥିଲେ।

ଏହା ବଦଳରେ ଆଖୁ ଛେଦା ରୁ ତିଆରି ହେଉଥିବା ଗ୍ଳାସ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଗ୍ଳାସ ମାଟିରେ ଅଳ୍ପ ଦିନରେ ମିଶିଯାଏ ଏବଂ ପରିବେଶର କିଛି କ୍ଷତି ହୁଏ ନାହିଁ। ଯଦି ଏଇ ଆଇନର ଉଲ୍ଲଙ୍ଘନ ହୁଏ ତେଵେ ପୌର ଆଇନ ଅନୁସାରେ ଲସି ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।