ମୁଖ୍ୟ ଖବର

ପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

By Biswaranjan Pattnaik

April 02, 2025

ଅନୁଗୁଳ: ପୌର ପାଳିକାର ଯେଉଁ ଠିକାଦାର ମାନେ ଟେଣ୍ଡର ପାଇଲା ପରେ କାମ କରୁ ନାହାନ୍ତି ବା କାମ ବିଳମ୍ବ କରି ସହରର ଉନ୍ନତିରେ ବାଧକ ସାଜୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ। ଡେରେଙ୍ଗ, କଣିହାଁ ଅଞ୍ଚଳର ଜଣେ ଠିକାଦାର ୨ ନଂ ୱାର୍ଡରେ ଏକ ଡ୍ରେନ ପୁନଃରୁଦ୍ଧାର କାର୍ଯ୍ୟ ଏବଂ ୬ ନଂ ୱାର୍ଡରେ ଏକ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ନେଇ ମାସାଧିକ କାଳ ପକାଇ ରଖିବା, ଇନିସିଆଲ ସିକ୍ୟୁରିଟି ମନି ଡିପୋଜିଟ ନକରିବା ଦୋଷରେ ଉକ୍ତ ଠିକାଦାରଙ୍କ ଟେଣ୍ଡର ବାତିଲ କରିବା ସହ ଏକବର୍ଷ ପାଇଁ କଳା ତାଲିକା ଭୁକ୍ତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପରେ ଢିଲା ମାରୁଥିବା ଠିକାଦାର ଛାନିଆ ହୋଇପଡିଛନ୍ତି।