ଘଟଣା ଓ ଦୁର୍ଘଟଣା

ଚଢ଼ାଉ ବେଳେ ଖସିଗଲେ ମଦୁଆ ଧରା ପଡିଲେ ସେଲୁନ ଵାଲା

By Biswaranjan Pattnaik

April 03, 2025

ଅନୁଗୁଳ: ଯେତେ କଟକଣା କଲେ ବି ଅମାନିଆ ଦୋକାନୀଙ୍କୁ ପାରିବା ଭାରି ମୁସ୍କିଲ।ଆଜି ସକାଳେ ପୁରୁଣା ବସ ଷ୍ଟାଣ୍ଡ ଲିକର ସପ ନିକଟରେ କିଛି ଦୋକାନୀ ଚତୁରତାର ସହ ଖାଲି ଥଣ୍ଡା ବୋତଲରେ ମଦ ବିକୁଥିବାର ଖବର ପାଇ ପୌରପାଳିକା ଏନ୍ଫୋରସମେଣ୍ଟ ଷ୍ଟାଫ ଚଢ଼ାଉ କରିବାକୁ ଯାଇଥିଲେ ହେଲେ କୌଣସି ସୂତ୍ରରୁ ଖବର ପାଇ ମଦୁଆ ଦଳ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏଣେ ଷ୍ଟାଫଙ୍କ ଆଖି ପଡିଥିଲା ପାଖରେ ଥିବା ଏକ ସାଲୁନ ଉପରେ। ସାଲୁନ ଷ୍ଟାଫ କାଗଜ କପରେ ଚା’ ପିଉ ଥିବାବେଳେ ହାବୁଡ଼ରେ ପଡ଼ିଥିଲେ ଏବଂ ୫୦୦ ଟଙ୍କା ଫାଇନ ଦେଇଥିଲେ। ସେମାନଙ୍କୁ ଚା’ ଯୋଗାଇଥିବା ଦୋକାନୀ ମଧ୍ୟ ୫୦୦ ଟଙ୍କା ତଣ୍ଡ ଗଣିଥିଲା।

ସେହିଭଳି ସକାଳ ବେଳା ଶିକ୍ଷକ ପଡ଼ାରେ ଦୁଇ ଚା’ ଦୋକାନୀଙ୍କୁ ପୌର ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଫାଇନ କଟାଯାଇଥିଲା। ଆଜି ସକାଳେ ମୋଟ ୨ ହଜାର ଟଙ୍କାର ଫାଇନ କଟାଯାଇଛି। ଅମାନିଆ ଦୋକାନୀଙ୍କ ବିରୁଦ୍ଧରେ ଚଢ଼ାଉ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି।