ମୁଖ୍ୟ ଖବର

ଗଛ କାଟିବା ପାଇଁ ଦୋକାନ ଉଚ୍ଛେଦ

By Biswaranjan Pattnaik

July 31, 2025

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି ଦୋକାନୀ ମାନଙ୍କୁ ବାରମ୍ବାର ସୂଚନା ଦେବାପରେ ମଧ୍ୟ ଉଠୁ ନଥିଲେ।

ତେଣୁ ଆଜି ଅନୁଗୁଳ ପୌରପାଳିକା ଜେଶିବି ଲଗାଇ ଉଠା ଦୋକାନ ଗୁଡ଼ିକୁ ହଟେଇ ଦେଇଥିଲା। ଦୋକାନ ଗୁଡ଼ିକ ହଟିବା ପରେ ଗଛକଟା ଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି। ଅନୁଗୁଳରେ କିଛି ମାଫିଆ ସରକାରୀ ରାସ୍ତା ଜବରଦଖଲ କରି କ୍ୟାବିନ୍ ପକାଇବା ସହ ସେଗୁଡିକୁ ଭଡ଼ାରେ ଦେବା ଏକ ବ୍ୟବସାୟରେ ପରିଣତ କରିଛନ୍ତି। ଏହି ମାଫିଆଙ୍କ ବିରୁଦ୍ଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।