ମୁଖ୍ୟ ଖବର

ଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ

By Biswaranjan Pattnaik

February 25, 2025

ଅନୁଗୁଳ: ପୌରପାଳିକାର “ଅପରେସନ କ୍ଲିନ” ର ଦ୍ଵିତୀୟ ଦିନ ବସ ଷ୍ଟାଣ୍ଡ ଓ ଆଖ ପାଖ ଅଞ୍ଚଳରେ ଚଢ଼ାଉ ଜାରି ରହିଥିଲା। ଯେଉଁ ମାନେ ଡ୍ରେନ ଟପି ଦୋକାନ ସାମଗ୍ରୀ ଆଗରେ ରଖିଥିଲେ କିମ୍ବା ଦୋକାନ ଆଗରେ ଡଷ୍ଟ ବିନ ନରଖି ଅଳିଆ ଗଦା କରିଥିଲେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡିଥିଲା। କିଛି ଦୋକାନୀଙ୍କୁ ଫାଇନ ସହ ଆଗକୁ ଆଉ ଟ୍ରାଫିକ ଜାମ ନକରିବା ପାଇଁ ଲିଖିତ ଚୁକ୍ତି କରାଯାଇଥିଲା। ଚଢ଼ାଉ ର ପ୍ରଥମ ଦିନ ୧୪ ହଜାର ଫାଇନ ଆଦାୟ କରାଯାଇଥିବା ବେଳେ ଆଜି ୭ ହଜାର ଟଙ୍କା ଆଦାୟ କରାଯାଇଛି। ଏ ଚଢ଼ାଉ ଆଗାମୀ କିଛିଦିନ ଜାରୀ ରହିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।