ଅନୁଗୁଳ: ଅନୁଗୁଳ ପୌରପାଳିକା ଚିଠି ସଂଖ୍ୟା ୭୦୮, ତା ୭. ୩. ୨୦୨୫ ଅନୁଯାୟୀ ଆଜିଠାରୁ ସହର ଭିତରେ ପ୍ଲାଷ୍ଟିକ, ଥରମୋକୁଲ ଏବଂ ମହମ ବୋଳା କପ, ଗ୍ଲାସକୁ ନିଷିଦ୍ଧ କରାଯିବା ପରେ ଆଜିଠାରୁ ସହର ସାରା ଚଢ଼ାଉ ଆରମ୍ଭ ହୋଇଛି। ବଡି ଭୋରରୁ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏବଂ ସମସ୍ତ ଏନ୍ଫୋରସମେଣ୍ଟ ଷ୍ଟାଫ ଆଜି ଚଢ଼ାଉ ଜାରି ରଖିଥିଲେ। ଆଜି ନିଷିଦ୍ଧ କପ ଗ୍ଲାସ କୁ ଜବତ କରିବା ସହ ସଚେତନ କରିଥିଲେ। ଆସନ୍ତା କାଲି ଠାରୁ ଆଇନ ଅମାନ୍ୟ କଲେ ଆର୍ଥିକ ଦଣ୍ଡ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।