ଅନୁଗୁଳ: ଅନୁଗୁଳ ନଗର ବିଜେପି ସଦସ୍ୟଙ୍କ ଦ୍ଵାରା ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଉଛି। ଏ ଅବସର ରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପାର୍କକୁ ଆସୁଥିବା ସମସ୍ତଙ୍କ ସହ ବାର୍ତ୍ତାଳାପ କରିବା ସହ ଆଗାମୀ ଦିନରେ ପାର୍କର ବିକାଶ ପାଇଁ ତଥା ମୁକ୍ତାକାଶ ଜିମର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ନଗର ସଭାପତି ପବନ ମଣ୍ଡୋଠିଆ, ବିଜେପି ମିଡିଆ ସେଲ ସଂଯୋଜକ ଅର୍ଜୁନ ମୁଦୁଲି, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ଦାସ ଏବଂ ୫୦ରୁ ଊର୍ଦ୍ଧ୍ବ ବିଜେପି କର୍ମୀ ଏବଂ ନେତୃବୃନ୍ଦ ଭାଗ ନେଇଥିଲେ।