ବଅଁରପାଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମ ନିକଟ ରିଲାନ୍ସ ସ୍ମାର୍ଟ ପଏଣ୍ଟ ପାଖରେ ଟ୍ରକ (OR 04G7544) ଓ ମାରୁତି ସୁଫିଟ କାର (OD 33W0984) ମୁହାଁମୁହିଁ ଧକ୍କା ହେବାରୁ କାରଟି ରାସ୍ତାକଡ଼ ଡ୍ରେନରେ ପଶିଯାଇଛି। ଦୁର୍ଘଟଣାରେ କାରଟି ଭାଙ୍ଗିଯାଇଥିବା ବେଳେ ଉଭୟ ଚାଳକ ସୁରକ୍ଷିତ ଅଛନ୍ତି। ଘଟଣା ପରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ନାଲକୋ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରି ସ୍ଥିତି ସ୍ୱାଭାବିକ କରିଛି।