ମୁଖ୍ୟ ଖବର

ଜାତୀୟ ମତଦାତା ଦିବସ: ନିର୍ବାଚନ ପ୍ରକ୍ରିୟାରେ ଅନୁଗୁଳର ଯୁବ ଭୋଟରଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବାକୁ ନୂଆ ପଦକ୍ଷେପ

By Angul TV Bureau

January 26, 2025

ଅନୁଗୁଳ: ନିର୍ବାଚନ ପ୍ରକ୍ରିୟାରେ ଯୁବ ଭୋଟରଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ୨୦୧୧ ମସିହା ଠାରୁ ନିର୍ବାଚନ କମିଶନର ମୂଳ ଭିତ୍ତିପ୍ରସ୍ତର ଦିବସ ପାଳିତ ହେଉଛି।

ଏ ନେଇ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ଲା କାର୍ଡ ମାଧ୍ୟମରେ ଏକ ସଚେତନତା ରାଲି କରିଥିଲେ। ଏହି ଶୋଭାଯାତ୍ରା ଜିଲ୍ଲା କାର୍ଯ୍ୟାଳୟ ଠାରୁ ବାହାରି ଜେଲ ଛକ, ଡେଲିମାର୍କେଟ, ମା’ ବୁଢୀ ବଜାର, ସଭାଘର ଦେଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ସବୁଜ ପତାକା ଦେଖାଇ ରାଲି ଶୁଭାରମ୍ଭ କରିଥିଲେ। ପରେ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଗଣତନ୍ତ୍ର ମୋ ପୃଥିବୀରେ ଅନନ୍ୟ ଓ ସୁଦୃଢ଼ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ନୀଳାଞ୍ଚଳ ପଟେଲ, ଅତିରିକ୍ତ ଟ୍ରେଜେରୀ ଅଧିକାରୀ ହରିହର ନାୟକ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସମେତ ଛାତ୍ରଛାତ୍ରୀ, ବୁଥିଲେବଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।