ଘଟଣା ଓ ଦୁର୍ଘଟଣା

ଦିନ ଦ୍ବିପ୍ରହରରେ ମଦ୍ୟପଙ୍କ ଆତଙ୍କ, ମାଡ଼ ମାରି ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍

By Angul TV Bureau

May 05, 2025

ଅନୁଗୁଳ: ଦିନ ଦ୍ବିପ୍ରହରରେ ଅନୁଗୁଳରେ ମଦ୍ୟପଙ୍କ ଆତଙ୍କ। ମାଡ଼ ମାରି ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍। ଆଜି ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ପୁରୁଣାକୋଟ ଥାନା ଲଇମୁଣ୍ଡା ଗାଁର ସଦାଶିବ ବେହେରା ତାମ୍ରିତ୍‌ କଲୋନୀରେ ଏକ ଜେରକ୍ସ ଦୋକାନ ଦେଇଛନ୍ତି। ସେ ଆଜି ଦିନ ସାଢ଼େ ଗୋଟାଏ ବେଳେ ଦୋକାନ ବନ୍ଦ କରି ଚାଲି ଚାଲି ନୂଆ ବସ୍‌ଷ୍ଟାଣ୍ଡ ଆଡ଼କୁ ଯାଉଥିବା ବେଳେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କୁ ଧକ୍କା ଦେଇଥିଲେ। ସେ ପଡ଼ିଯିବା ପରେ ଯୁବକମାନେ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଧସ୍ତାଧସ୍ତି ବେଳେ ସଦାଶିବଙ୍କ ମୁଣ୍ଡକୁ ଏକ ମଦ ବୋତଲରେ ପିଟି ଦେଇଥିଲେ। ସେ ରକ୍ତାକ୍ତ ହୋଇ ପାଟି କରିବା ପରେ ସ୍ଥାନୀୟ ଲୋକମାନେ ଆସିଥିଲେ।ଭୟରେ ଦୁର୍ବୃତ୍ତମାନେ ବାଇକ୍‌ରେ ପିଟିସି ଛକ ଆଡ଼କୁ ପଳାଇ ଯାଇଥିଲେ। ସଦାଶିବଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଦାଶିବଙ୍କ ବାପା ରାମଚନ୍ଦ୍ର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।