ଅନ୍ୟାନ୍ୟ

ଅନୁଗୁଳରେ ଓଡ଼ିଆ ପକ୍ଷ ପାଳିତ, ବୁଲିଲା ସଚେତନତା ରଥ

By Angul TV Bureau

April 05, 2025

ଅନୁଗୁଳ: ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଓଡ଼ିଆ ପକ୍ଷ ପାଳିତ ହୋଇଛି। ଏ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଛି। ଏଥିସହ ଏକ ସଚେତନତା ରଥ ଅନୁଗୁଳ ଜିଲ୍ଲାର ବିଭିନ୍ନ ଏନ୍‌ଏସି ଅଞ୍ଚଳରେ ବୁଲିଛି।

କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶ୍ରମ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ପ୍ରାୟ ୩୦୦ ଜଣ ନିର୍ମାଣ ଶ୍ରମିକ ତଥା ଅଣ ସଙ୍ଗଠିତ ଶ୍ରମିକ ଏହି ସଚେତନତା ପଦ ଯାତ୍ରା କରି ଅନୁଗୁଳ ସହର ବୁଲିଥିଲେ। ଯେଉଁ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଯାଇ ନାହିଁ, ସେଠାକାର ମାଲିକଙ୍କୁ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।