ମୁଖ୍ୟ ଖବର

ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ମହଙ୍ଗା ପଡ଼ିଲା: ରଙ୍ଗମିସ୍ତ୍ରୀ ଗିରଫ

By Angul TV Bureau

October 28, 2025

ଅନୁଗୁଳ: ଯୁବତୀଙ୍କ ଘରେ ପଶି ଅସଦାଚରଣ ଉଦ୍ୟମ କରିବାରୁ ଟାଉନ୍ ଥାନା ପୋଲିସ୍ ରଙ୍ଗମିସ୍ତ୍ରୀ ଦୁଷ୍ମନ୍ତ ପ୍ରଧାନ (୩୦, ଖିଣ୍ଡା ଗ୍ରାମ, ବନ୍ତଳା ଥାନା)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଠିକାଦାରଙ୍କ ଜରିଆରେ ସିମିଳିପଡ଼ାର ଏକ ଘରେ ରଙ୍ଗ କାମ କରିବା ସମୟରେ ମାଲିକଙ୍କ ଝିଅଙ୍କ ଫୋନ୍‌ପେ ଟଙ୍କା ପୈଠ ପରେ ନମ୍ବର ନେଇ ହଇରାଣ କରୁଥିଲେ। ମେସେଜ୍ କରି ପ୍ରେମ ନିବେଦନ କରିଥିଲେ। ପ୍ରତ୍ୟାଖ୍ୟାନ ଓ ପୋଲିସ ଭୟ ଦେଖାଇବା ପରେ ଶନିବାର ସକାଳେ ମନ୍ଦ ଉଦ୍ଦେଶ୍ୟରେ ଘରେ ପଶିଥିଲେ। ପରିବାର ଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ; ପୋଲିସ ପହଞ୍ଚିବା ପୂର୍ବରୁ ଧକ୍କା ଦେଇ ଫେରାର ହୋଇଥିଲେ। ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।