ଘଟଣା ଓ ଦୁର୍ଘଟଣା

ଜୁଇରୁ ମହିଳାଙ୍କ ଶବ ଜବତ, ହତ୍ୟା ଅଭିଯୋଗରେ ସ୍ଵାମୀ ଅଟକ

By Angul TV Bureau

July 22, 2025

ଅନୁଗୁଳ: ଜୁଇରୁ ମହିଳାଙ୍କ ଶବ ଜବତ। ଦାହ କରିବା ପୂର୍ବରୁ ଉଠାଇ ଆଣିଲା ପୋଲିସ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି। ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନା ମୁତାବକ, ପାଳଲହଡ଼ା ଥାନା ଅନ୍ତର୍ଗତ ସଇଡା ଗାଁର ଚରଣ ପୂର୍ତ୍ତି (୪୦) ତାଙ୍କ ଧର୍ମପତ୍ନୀ ଶୁକୃମୁନି ପୂର୍ତ୍ତି ଗାଁରେ ଦୌଡ଼ିବା ବେଳେ ପଡ଼ିଗଲେ କହି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପାଳଲହଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତଦେହକୁ ସଂସ୍କାର କରିବା ପାଇଁ ସ୍ଵାମୀ ସମେତ ପରିବାର,ଗ୍ରାମବାସୀ ସଇଡା ଗାଁ ଶ୍ମଶାନ ଜୁଇରେ ନିଆଁ ଲଗାଇବାକୁ ଆରମ୍ଭ କରୁଥିଲେ। ଏହି ସମୟରେ ପାଳଲହଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଜୁଇରୁ ଶବ ଉଠାଇବା ସହ ଜବତ କରିଛି। ମହିଳାଙ୍କ ବାପ ଘର ଅଭିଯୋଗ ଆଧାରରେ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।