ମୁଖ୍ୟ ଖବର

ପାଉଡ଼ି ଭୂୟାଁ ସମାଜର ବୈଠକ: ଯୋଗ ଦେଲେ ୪୨ ଟି ଗ୍ରାମର କମ୍ଯୁନିଟି ମୁଖ୍ୟ

By Angul TV Bureau

July 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡସ୍ଥିତ ପାଉଡ଼ି ଭୂୟାଁ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ନଗିରା ଗ୍ରାମପଞ୍ଚାୟତରେ ପାଳଲହଡ଼ା ବ୍ଲକର ୮ଟି ଗ୍ରାମପଞ୍ଚାୟତ ବରଡିହ, ବନ୍ଧାଭୁଇଁ, ସିଗଡ, ପେଚାମୁଣ୍ଡି, ସଇଡା, ନମପଶି ଓ ଝାରବେଡ଼ାରେ ବାସ କରୁଥିବା ପାଉଡି ଭୂୟାଁ ଜନଜାତି ମାନଙ୍କ ପକ୍ଷରୁ ୪୨ ଟି ଗ୍ରାମର କମ୍ଯୁନିଟି ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା।

ବୈଠକରେ ହୋ ସମାଜର ସଭାପତି ଲଛମନ ହେମ୍ବରମ ଓ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏ ଅବସରରେ ଭୂୟାଁ ସମାଜର ଉନ୍ନତି ଓ ବିକାଶ ଦିଗରେ ଆଲୋଚନା ହୋଇଥିଲା। ପରେ ପାଉଡି ଭୂୟାଁ ଜନଜାତିର ବ୍ଲକ ସ୍ତରୀୟ ଏକ କମିଟି ଗଠନ କରାଗଲା। ଆଗାମୀ ଦିନରେ ପାଉଡି ଭୂୟାଁଙ୍କ ବିକାଶ ଦିଗରେ ଏହି ସଂଗଠନ ସରକାରଙ୍କ ସହିତ ଆଲୋଚନା କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।