ଘଟଣା ଓ ଦୁର୍ଘଟଣା

ବ୍ୟାଙ୍କରୁ ସୁନା ନେଇ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

By Angul TV Bureau

August 06, 2025

ଅନୁଗୁଳ: ମଣିପୁରମ୍‌ ଫାଇନାନ୍ସରୁ ଚାଲାକି କରି  ସୁନା ନେଇ ଚମ୍ପଟ ମାରିଥିବା ଅନୁଗୁଳ ଅମଲାପଡ଼ାର ମାନସ ମିଶ୍ର(୪୮)ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।

ସୂଚନା ଅନୁସା‌ରେ, ଅନୁଗୁଳ ଟାଉନ ଶଙ୍କର ସିନେମା ରୋଡରେ ଥିବା ମଣିପୁରମ୍‌ ଫାଇନାନ୍ସରେ ସୁନା ନିଲାମ କରାଯାଉଥିଲା। ଏହି ସମୟରେ ସୁନା ପ୍ୟାକେଟ୍ ଦେଖିବାକୁ ମାଗିଥିଲେ ମାନସ ମିଶ୍ର। ଏହା ଦେଖିବା ପରେ ବାହାରେ ଥିବା ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଏହା ଦେଖାଇବାକୁ ଚାହିଁଥିଲେ। ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷ ରାଜି ହେବା ପରେ ସେ ବାହାରକୁ ଯାଇ ଚମ୍ପଟ ମାରିଥିଲେ। ଏଣୁ ବାଧ୍ୟ ହୋଇ ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ୭୩୩/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।