ମୁଖ୍ୟ ଖବର

ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ନୂଆ ଏସପି, ପାର୍ବଣରେ ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଅନୁଗୁଳରେ ଫୁଟ୍ ପ୍ୟାଟ୍ରୋଲିଂ ଆୟୋଜିତ

By Angul TV Bureau

October 04, 2024

ଅନୁଗୁଳ: ଅନୁଗୁଳ ଏସ୍‌ପି ଭାବେ ଦାୟିତ୍ୱ ନେବା ପରେ ଆଇପିଏସ୍ ଅଫିସର ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ସହରରେ ଫୁଟ ପ୍ୟାଟ୍ରୋଲିଂ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକଙ୍କ ନେତୃତ୍ୱରେ ଅନୁଗୁଳ ଟାଉନ ଥାନା ଅଧିକାରୀ ଧୀରେଶ ଦାଶ ଓ ଅନ୍ୟନ୍ୟ ପୋଲିସ କର୍ମଚାରୀ ସହର ବୁଲି ଫୁଟ ପ୍ୟାଟ୍ରୋଲିଂ କରୁଥିବା ଦେଖାଯାଇଛି। ଏହି ମାର୍ଚ୍ଚ ଦେଖି ପାର୍ବଣକୁ ନେଇ ବଢୁଥିବା ଅପରାଧକୁ ପ୍ରତିରୋଧ କରିବା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ କାଲି ଦାୟିତ୍ବ ଗ୍ରହଣ କରିବା ପରେ ରାହୁଲ ଜୈନ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ସହିତ ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କରିଥିଲେ।