ମୁଖ୍ୟ ଖବର

ଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ: ବିଭିନ୍ନ ସ୍ଥାନରୁ ୨୩ଟି ବିକଟାଳ ଶବ୍ଦ କରୁଥିବା ବୁଲେଟ୍ ଜବତ

By Angul TV Bureau

October 10, 2024

ଅନୁଗୁଳ: ଆକ୍ସନ ମୋଡ଼ରେ ଅନୁଗୁଳ ଜିଲ୍ଲା ପୋଲିସ। ଆଜି ତାଳଚେର, କୋଲିୟରୀ ଓ ବିକ୍ରମପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଲିସ୍ ଚଢ଼ଉ କରି କାନଫଟା ଗର୍ଜନ କରୁଥିବା ୨୩ଟି ବୁଲେଟ୍‌ ଜବତ କରିଛି। ଏଥିସହ ସେମାନଙ୍କର ବିରୋଧରେ ମାମଲା ରୁଜୁ କରିବା ସହ ଫାଇନ୍ ଆଦାୟ କରିଥିବା ଜଣାପଡ଼ିଛି।

ପାର୍ବଣ ଋତୁ ସମୟ ଚାଲିଥିବା ବେଳେ ବିକଟାଳ ଶବ୍ଦ କରି ବାଇକ ଚାଳକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ସେମାନଙ୍କୁ ସାବାଡ଼ କରିବାକୁ ଅନୁଗୁଳ ପୋଲିସ ପକ୍ଷରୁ ଫୁଟ୍ ମାର୍ଚ୍ଚ ମଧ୍ୟ କରାଯାଉଛି। ଏହି ଯାଞ୍ଚ ବେଳେ ତାଳଚେର ପୋଲିସ୍ ପକ୍ଷରୁ ୧୯ଟି ବୁଲେଟ୍‌ରୁ ୧ ଲକ୍ଷ ୭୭ ହଜାର ଫାଇନ ଆଦାୟ କରାଯାଇଥିବା ବେଳେ କୋଲିୟରୀ ଥାନା ପକ୍ଷରୁ ୨ଟି ବୁଲେଟ୍‌ରୁ ୬ ହଜାର ଟଙ୍କା ଓ ବିକ୍ରମପୁର ପୋଲିସ୍ ପକ୍ଷରୁ ୨ଟି ବାଇକରୁ ୨୨ ହଜାର ଟଙ୍କା ଆଦାୟ କରାଯାଇଥିବା ନେଇ ପୋଲିସ୍ ସୂଚନା ଦେଇଛି। ପୋଲିସର ଏହି ଚଢ଼ଉ ପରେ ଶବ୍ଦ କରୁଥିବା ବୁଲେଟ୍ ଆରୋହୀଙ୍କ ମନରେ ଛନକା ପଶିଥିବା ଦେଖିବାକୁ ମିଳିଛି।